ମାଲକାନଗିରି (ଏଟିଆର ବ୍ୟୁରୋ): ଲାଲକରିଡରରୁ ଉଡିବ ଅନ୍ତଃରାଜ୍ୟ ବିମାନ । ଏନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଫାଇଭି ଟି ଇନିସିଏଟିଭ ଅଧିନରେ ଚାଲିଥିବା କାର୍ଯ୍ୟ ୨୦୨୪ ସୁଦ୍ଧା କାର୍ଯ୍ୟକ୍ଷମ ହେବ । ଏନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଅପଲୋଡ କରିଛନ୍ତି ଫାଇଭି ଟି ସଚିବ ।
ବିମାନ ବନ୍ଦର କାର୍ଯ୍ୟ ପାଇଁ ୫୫ କୋଟି ଟଙ୍କା ଖର୍ଚ୍ଚ ହେବ । ଏହାସହିତ ବାଣିଜ୍ୟ ଓ ପରିବହନ ବିଭାଗକୁ ବିମାନବନ୍ଦର ପାଇଁ ୨୩୪ ଏକର ଜମି ରାଜସ୍ୱ ବିଭାଗ ହସ୍ତାନ୍ତର କରିଛି ।