ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସପ୍ତାହକ ସାତ ଦିନ ଯାକ ପ୍ରତ୍ୟେକ ଦେବାଦେବୀଙ୍କ ସମର୍ପିତ କରାଯାଇଛି । ସେହିପରି ମଙ୍ଗଳବାର ହେଉଛି ହନୁମାନ ବାର । ଏହିଦିନ ବିଧି ବିଧାନ ସହ ଭଗବାନ ହନୁମାନଙ୍କୁ ପୂଜା କରିବାର ବିଧି ରହିଛି । ସେହିପରି ଏଭଳି କିଛି କାର୍ଯ୍ୟ ରହିଛି ଯାହାକୁ ମଙ୍ଗଳବାର କରିବା ଉଚିତ୍ ନୁହେଁ । ଯଦି ଆପଣ ଭୁଲ୍ ରେ ବି ଏହି କାମ କରନ୍ତି ତେବେ ହନୁମାନ କ୍ରୋଧିତ ହୋଇପାରନ୍ତି । ଏହାଦ୍ୱାରା ଆପଣଙ୍କ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ତେବେ ଆସନ୍ତୁ ଜାଣିବା ମଙ୍ଗଳବାର କେଉଁ କାମ କରିବା ଉଚିତ୍ ନୁହେଁ ।
– ମଙ୍ଗଳବାର ନୂତନ ବାହନ କିଣିବା ଉଚିତ ନୁହେଁ । ଜ୍ୟୋତିଷଶାସ୍ତ୍ର ଅନୁସାରେ ମଙ୍ଗଳବାର ଦିନ ଲୁହା ଜିନିଷ କିଣିବା ଦ୍ୱାରା ପରିବାରରେ କ୍ଲେଶ ବଢିଥାଏ ।
– ମଙ୍ଗଳବାର ଦିନ ଲୁହା, ଷ୍ଟିଲର ବାସନ ଏବଂ ଛୁରୀ, ନଖକଟା ଏବଂ କଇଁଚି ଆଦି କିଣିବା କଥା ନୁହେଁ ।
– ଏହିଦିନ ନଖ, ଦାଢି କାଟିବା ଅଶୁଭ । ଧାର୍ମିକ ମାନ୍ୟତାନୁସାରେ ଏହିିଦିନ ଏହି କାମ କରିବା ଦ୍ୱାରା ଧନ ହାନି ହୋଇଥାଏ ।
– ମଙ୍ଗଳବାର କାହାରିକୁ ଉଦ୍ଧାର ଦେବା କଥା ନୁହେଁ । ଏଭଳି କରିବା ଦ୍ୱାରା ଟଙ୍କା ଫେରସ୍ତ ମିଳିବା କଷ୍ଟ ।
– ମଙ୍ଗଳବାର ଭୁଲ୍ ରେ ବି କଳା ରଙ୍ଗର କପଡା ପିନ୍ଧନ୍ତୁ ନାହିଁ । ଏହିଦିନ ହନୁମାନଙ୍କୁ ପ୍ରସନ୍ନ କରିବା ପାଇଁ ନାରଙ୍ଗୀ ରଙ୍ଗର କପଡା ପିନ୍ଧିବା ଉଚିତ୍ ।