ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିଠୁ ଆରମ୍ଭ ମେକ୍ ଇନ୍ ଓଡିଶା କନକ୍ଲେଭ ୩ । ପୁଞ୍ଜି ନିବେଶର ମହାକୁମ୍ଭ ଏହି ସମ୍ମିଳନୀ ରେ ଦେଶ ବିଦେଶରୁ ଯୋଗ ଦେବେ ପ୍ରମୁଖ ଶିଳ୍ପପତି । ସାରା ବିଶ୍ୱ ଦେଖିବ ଓଡିଶାର ଶିଳ୍ପ ସମ୍ଭାବନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତୃତ୍ୱରେ ଜନତା ମଇଦାନରେ ଅନୁଷ୍ଠିତ ହେବ ଏହି ସମ୍ମିଳନୀ । ସନ୍ଧ୍ୟାରେ କନକ୍ଲେଭର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ନଭେମ୍ବର ୩୦ ରୁ ଡିସେମ୍ବର ୪ ଯାଏଁ ଚାଲିବ ସମ୍ମିଳନୀ ।
ଏହି ସମ୍ମିଳନୀରେ ଯୋଗ ଦେବା ପାଇଁ ଏବେ ସୁଦ୍ଧା ୧୧ ହଜାରରୁ ଅଧିକ ପଞ୍ଜିକରଣ ହୋଇଥିବା ବେଳେ ମୋଟ ୩୮ଟି ଇଭେଣ୍ଟରେ ୧୨୪ ଜଣ ବକ୍ତା ଯୋଗ ଦେବେ । ଏଥିରେ ପାରମ୍ପରିକ ଶିଳ୍ପ ସମେତ ନୂଆ ନୂଆ କ୍ଷେତ୍ରରେ ବଡ ନିବେଶ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ।