ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବଦଳିଲା କ୍ୟାପିଟାଲ ହସ୍ପିଟାଲର ଓପିଡି ଚିକିତ୍ସା ସମୟ । ଏଣିକି ସକାଳ ୯ରୁ ସନ୍ଧ୍ୟା ୫ଟା ଯାଏଁ ଓପିଡି ଖୋଲା ରହିବ । ଖାଇବା ପାଇଁ କେବଳ ୧ଟାରୁ ୨ଟା ଯାଏଁ ବନ୍ଦ ରହିବ । ସେହିପରି ନିର୍ଦ୍ଧାରିତ ସମୟର ୩୦ ମିନିଟ୍ ପୂର୍ବରୁ ରୋଗୀଙ୍କୁ ପଞ୍ଜିକରଣ କରିବାକୁ ପଡିବ ।
ଅନ୍ୟପଟେ ରକ୍ତ ନମୁନା ସଂଗ୍ରହ ଓ ପରୀକ୍ଷା ସପ୍ତାହକ ସାତ ଦିନ ଯାକ ଉପଲବ୍ଧ ରହିବା ସହ ୨୪ ଘଣ୍ଟା ଉପଲବ୍ଧ ଜରୁରୀକାଳୀନ ଚିକିତ୍ସା ।