ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଗକୁ ଆହୁରୀ ଜାଡରେ ଥରିବ ଓଡିଶା । ତାପମାତ୍ରା ହ୍ରାସ ପାଇବ । ଆସନ୍ତା ଏକ ସପ୍ତାହ ଯାଏଁ ରାଜ୍ୟରେ ଶୀତ ବଢିବ । ଆସନ୍ତା ୭ ତାରିଖ ଯାଏଁ ରହିବ କେନ୍ଦ୍ରୀୟ ଭାରତରେ ସୃଷ୍ଟି ହୋଇଥିବା ଗୁରୁଚାପ । ଆସନ୍ତା ୮ ତାରିଖରୁ କମିପାରେ ଶୀତ । ଏନେଇ ପୂର୍ବନୁମାନ କରିଛନ୍ତି ବରିଷ୍ଠ ପାଣିପାଗ ବିଷେଶଜ୍ଞ ପ୍ରଫେସର ଡ.ସୁରେନ୍ଦ୍ରନାଥ ପଶୁପାଳକ ।
ଆସନ୍ତା ୮ ତାରିଖରେ ଉତ୍ତର ପୂର୍ବ ଦିଗରୁ ପବନ ବହିବ । ୯ ରୁ ୧୧ ତାରିଖ ମଧ୍ୟରେ ବହିବ ବଙ୍ଗୋପସାଗରୀୟ ପୂର୍ବା ପବନ । ସେଥିପାଇଁ ରାଜ୍ୟରେ ଶୀତ କମିବାର ସମ୍ଭାବନା ରହିଛି ।