ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜିକା ସମୟରେ ବାହାରକୁ ଯାତ୍ରା କଲାବେଳେ ପାଖରେ ମୋବାଇଲ ଫୋନ, ଇୟରଫୋନ ଆଉ ଫୋନରେ ଇଂଟରନେଟ ରହିବା ନିହାତି ଜରୁରୀ । ଖାସ୍ କରି ଏକୁଟିଆ ଯାତ୍ରା କରିବା ସମୟରେ ଏହାର ଆବଶ୍ୟକତା ଅଧିକ ପଡିଥାଏ । ସବୁଠୁ ବଡ କଥା ହେଲା ଫୋନରେ ଯାତ୍ରା ରହିବା ଦରକାର । କିନ୍ତୁ ଟ୍ରେନ୍ , ବସ୍ କିମ୍ବା କାରରେ ଯାତ୍ରା କଲାବେଳେ ଫୋନରୁ ବ୍ୟାଟେରୀ ଶୀଘ୍ର ଶେଷ ହୋଇଥାଏ । ଆପଣ ଜାଣିଛନ୍ତି କି କଣ ରହିଛି ଏହା ପଛରେ କାରଣ? ତେବେ ଆସନ୍ତୁ ଜାଣିବା..
ନେଟୱର୍କ ଏବଂ ଡାଟା ପ୍ରୋଭାଇଡର ଯୋଗୁଁ ଯାତ୍ରା କରିବା ସମୟରେ ଶୀଘ୍ର ବ୍ୟାଟେରୀ ଶେଷ ହୋଇଥାଏ । ଲମ୍ବା ଯାତ୍ରା କରିବା ସମୟରେ ଫୋନର ନେଟୱର୍କରେ ପରିବର୍ତ୍ତନ ହୋଇଥାଏ । ବାରମ୍ବାର ନେଟୱର୍କ ବଦଳିଥାଏ । ଏଥିପାଇଁ ଅଧିକ ବ୍ୟାଟେରୀ ଖର୍ଚ୍ଚ ହୋଇଥାଏ ।
ଯାତ୍ରା କରିବା ସମୟରେ ଫୋନରେ ଇଂଟରନେଟ ବ୍ୟବହାର କଲେ ବ୍ୟାଟେରୀ ଶୀଘ୍ର ଶେଷ ହୋଇଥାଏ । କାରଣ ଫୋନକୁ ବାରମ୍ବାର ଡାଟା ପ୍ରୋଭାଇଡର ବଦଳାଇବାକୁ ପଡେ । ଏଭଳି ଜିପିଏସ ବ୍ୟବହାର କରିବା ଦ୍ୱାରା ମଧ୍ୟ ବ୍ୟାଟେରୀ ଅଧିକ ଖର୍ଚ୍ଚ ହୋଇଥାଏ । ସେଥିପାଇଁ ଲମ୍ବା ଯାତ୍ରା କଲାବେଳେ ଶୀଘ୍ର ଫୋନରୁ ବ୍ୟାଟେରୀ ସରିଥାଏ ।