ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶାସ୍ତ୍ରରେ ରୁଦ୍ରାକ୍ଷକୁ ଶିବଙ୍କ ରୂପ ବୋଲି କୁହାଯାଏ । କୁହାଯାଏ କି ଭଗବାନ ଶିବଙ୍କ ଅଶ୍ରୁରୁ ରୁଦ୍ରାକ୍ଷ ଉତ୍ପତି ହୋଇଛି । ଯେଉଁ ବ୍ୟକ୍ତି ରୁଦ୍ରାକ୍ଷ ଧାରଣ କରନ୍ତି ତାଙ୍କ ଉପରେ ଭୋଳାନାଥଙ୍କ କୃପା ରହିଥାଏ । ବିଭିନ୍ନ ପ୍ରକାରର ରୁଦ୍ରାକ୍ଷ ରହିଛି । ସମସ୍ତ ରୁଦ୍ରାକ୍ଷର ଭିନ୍ନ ଭିନ୍ନ ମହତ୍ୱ ରହିଛି । ସେଥିମଧ୍ୟରୁ ଗୋଟେ ରୁଦ୍ରାକ୍ଷ ହେଉଛି ଛଅମୁଖୀ ରୁଦ୍ରାକ୍ଷ ।
ଜ୍ୟୋତିଷଶାସ୍ତ୍ର ଅନୁସାରେ ଛଅ ମୁଖୀ ରୁଦ୍ରାକ୍ଷ ଭଗବାନ କାର୍ତ୍ତିକେୟଙ୍କ ଆହ୍ୱାନ କରିବାରେ ସାହାଯ୍ୟ କରେ । କୁହାଯାଏ କି ଛଅମୁଖୀ ରୁଦ୍ରାକ୍ଷ ଧାରଣ କରିଥିବା ବ୍ୟକ୍ତିଙ୍କ ଉପରେ ଭଗବାନ ଗଣେଶ ଏବଂ କାର୍ତ୍ତିକେୟଙ୍କ କୃପା ରହିଥାଏ । ଏହାସହିତ ମା ଲକ୍ଷ୍ମୀଙ୍କ ଆର୍ଶୀବାଦ ପ୍ରାପ୍ତି ହୋଇଥାଏ ।
ଛଅମୁଖୀ ରୁଦ୍ର୍ରାକ୍ଷ ଧାରଣର ଫାଇଦା:
– ବ୍ୟକ୍ତିଙ୍କ ଆକର୍ଷଣ ବୃଦ୍ଧି ହୋଇଥାଏ ।
– ଜ୍ଞାନ ବୃଦ୍ଧି ହୋଇଥାଏ ।
– ଶୁକ୍ର ଗ୍ରହ ପ୍ରଭାବକୁ ନିୟନ୍ତ୍ରିତ କରେ ।
– ଥାଇରଏଡ ଏବଂ ମଧୁମେହକୁ ନିୟନ୍ତ୍ରିତ କରିବାରେ ସହାୟକ ହୋଇଥାଏ ।
– ଯେଉଁମାନଙ୍କର ଆଖି ସମସ୍ୟା ଥିବ ସେମାନେ ଛଅମୁଖୀ ରୁଦ୍ରାକ୍ଷ ଧାରଣ କରିପାରିବେ ।
– ସମସ୍ତ ସୁଖ ପ୍ରାପ୍ତି ହୋଇପାରିବ ।