ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଶୀତ କମ ଥିବା ବେଳେ ଶୁକ୍ରବାରଠୁ ପୁଣି ବଢିପାରେ ଶୀତ । ରାତି ତାପମାତ୍ରା ପ୍ରାୟତଃ ୩ ରୁ ୪ ଡିଗ୍ରୀ ଯାଏଁ ହ୍ରାସ ପାଇବ । ଯାହାଫଳରେ ରାଜ୍ୟରେ ବଢିବ ଶୀତ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ଶୁକ୍ରବାର ତଥା ୧୬ ତାରିଖଠୁ ତାପମାତ୍ରା ହ୍ରାସ ପାଇବ ହେଲେ ପୁରା ରାଜ୍ୟରେ ଶୀତ ଅନୁଭୂତ ହେବନି । ଆସନ୍ତା ୧୮ ରୁ ଉପକୂଳରେ ଅଧିକ ଶୀତ ଅନୁଭୂତ ହେବ ।