ଭୁବନେଶ୍ୱର(ଏଟିଆର ବ୍ୟୁରୋ): ସ୍ୱାଦର ଟେଷ୍ଟ ବଢାଏ ପିଆଜ । ଅନେକ ସମୟରେ ପିଆଜକୁ ରୋଷଇ କରିବା କିମ୍ବା କୌଣସି ଡିସରେ ପକାଇବା ପାଇଁ ପୂର୍ବରୁ କାଟିକି ରଖିଥାଉ । ହେଲେ ଭୁଲରେ ବି ଆପଣ ଏମିତି କରନ୍ତୁ ନାହିଁ । କାରଣ କଟା ପିଆଜ ଫ୍ରିଜରେ ରଖି ପରେ ଖାଇଥିଲେ ଅନେକ ସମସ୍ୟାରେ ଆପଣ ପଡିପାରନ୍ତି । ତେବେ ଆସନ୍ତୁ ଜାଣିବା ବାସି କଟା ପିଆଜ ଖାଇଲେ କ’ଣ ହୁଏ ।
ପିଆଜରେ ଅନେକ େଔଷଧିୟ ଗୁଣ ରହିଛିି । ତା’ସହ ଏଣ୍ଟି ବ୍ୟାକ୍ଟେରିଆ ଓ ଏଣ୍ଟି ଇନଫେକସନ ଭରପୁର ମାତ୍ରାରେ ରହିଛି । ହେଲେ କଟା ପିଆଜ ଖୋଲା ସ୍ଥାନରେ କିମ୍ବା ଫ୍ରିଜରେ ରଖିଲେ ସେଥିରେ ଖୁବଶୀଘ୍ର ବ୍ୟାକ୍ଟେରିଆ ଲାଗିଥାଏ । ଆଉ ଏହି ବ୍ୟାକ୍ଟେରିଆ ଆମ ଶରୀରକୁ କ୍ଷତି ପହଞ୍ଚାଇଥାଏ ।