ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାରା ଦୁନିଆରେ ଏବେ କରୋନା ଭୟ । ଚୀନଠୁ ନେଇ ଆମେରିକା ଯାଏଁ ସବୁଠି କରୋନା ମାମଲା ବଢିବାରେ ଲାଗିଛି । କିଛି ଦେଶରେ କଟକଣା ଲାଗିବା ଆରମ୍ଭ ହୋଇଗଲାଣି । ଏହାକୁ ଦେଖି ଏବେ ଭାରତ ସରକାର ତତ୍ପର ହୋଇ ଉଠିବା ସହ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । କରୋନାକୁ ଦୃଷ୍ଟିରେ ଦେଖି ସରକାରଙ୍କ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ଯେଉଁଥିରେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦିଆଯାଇଛି ।
– ଯଦି ଆପଣ କାହାରି ସହିତ ଭେଟୁଛନ୍ତି ତେବେ ହାତ ନମିଶାଇ ନମସ୍କାର ଜଣାନ୍ତୁ ।
– କରୋନାଠୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତା ଜରୁରୀ ।
– ଜନ ଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ବ୍ୟକହାର କରନ୍ତୁ ।
– ବାହାରକୁ ଗଲା ବେଳେ ହ୍ୟାଣ୍ଡ ସାନିଟାଇଜର ନେଇ ଯାଆନ୍ତୁ ।
– ଖାଲି ସ୍ଥାନରେ ଛେପ ପକାନ୍ତୁ ନାହିଁ ।