ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମଦିନ ଅବସରରେ ଖ୍ରୀଷ୍ଟମାସ ଟ୍ରି ସଜାଇବାର ପରମ୍ପରା ବହୁ ପୁରାତନ କାଳରୁ ପ୍ରଚଳିତ ହୋଇ ଆସୁଛି । କିନ୍ତୁ ଆପଣମାନେ ଜାଣିଛନ୍ତି କି ଖ୍ରୀଷ୍ଟମାସ ଟ୍ରି ସଜାଇବା ପଛରେ କି ମହତ୍ୱ ରହିଛି? ପ୍ରକୃତରେ ବଡଦିନରେ କାହିଁକି ସଜା ଯାଏ ଖ୍ରୀଷ୍ଟମାସ ଟ୍ରି । ଏହି ଗଛକୁ ନେଇ ଅନେକ ମାନ୍ୟତା ରହିଛି । ତେବେ ଆସନ୍ତୁ ଜାଣିବା ସେହି ମାନ୍ୟତା ବିଷୟରେ..
– କ୍ରିସମସ୍ ଟ୍ରି କୁ ସକରାତ୍ମକ ଶକ୍ତିର ପ୍ରତିକ ବୋଲି କୁହାଯାଏ । ଏହି ଟ୍ରିକୁ ଘରେ ସଜାଇବା ଦ୍ୱାରା ଖରାପ ଆତ୍ମା ଦୂରେଇ ଯାଇଥାନ୍ତି ।
– କ୍ରିସମସ୍ ଟ୍ରିକୁ ସଜାଇବା ଦ୍ୱାରା ବର୍ଷ ସାରା ଭାଗ୍ୟ ଆପଣଙ୍କ ସାଥ୍ ଦେଇଥାଏ । ଏହାଦ୍ୱାରା ଘରର ନକରାତ୍ମକ ଶକ୍ତି ଦୂର ହୋଇଥାଏ ।
– ଏହି ଦିନ ପ୍ରଭୁ ଯୀଶୁ ଜନ୍ମ ଗ୍ରହଣ କରିଥିବାରୁ ଜଙ୍ଗଲର ସମସ୍ତ ଗଛ ହସି ଉଠିବା ସହିତ ଗଛମାନଙ୍କରେ ଫଳ ବାହାରିଥିଲା । ସେଥିପାଇଁ ବଡ ଦିନରେ କ୍ରିସମସ୍ ଟ୍ରି ଲଗାଯାଏ ବା ସଜାଯାଏ ।
– ଏହାସହିତ ଏହି ଟ୍ରି ରେ ଲାଲ ରଙ୍ଗର ରିବନ୍ ରେ ତିନୋଟି କଏନ ବାନ୍ଧି ଟଙ୍ଗାଇବାର ପରମ୍ପରା ରହିଛି । ଏହା ଶୁଭ ହୋଇଥାଏ । କୁହାଯାଏ ଏଭଳି କରିବା ଦ୍ୱାରା ଘରେ ଆର୍ଥିକ ଅଭାବ ରହେ ନାହିଁ । ବର୍ଷ ସାରା ଘରକୁ ଧନର ଆଗମନ ହୋଇଥାଏ ।
– ସେହିପରି କ୍ରିସମସ୍ ଟ୍ରିରେ ରଙ୍ଗ ବେରଙ୍ଗର ଛୋଟ ଛୋଟ ଗିଫ୍ଟ ବାକ୍ସ ଟଙ୍ଗାଯାଇଥାଏ, ଏହାଦ୍ୱାରା ଘର ସୁଖ-ଶାନ୍ତିରେ ପରିପୂର୍ଣ୍ଣ ହୋଇ ରହିଥାଏ ।