କଟକ (ଏଟିଆର ବ୍ୟୁରୋ); ଆଉ ମାତ୍ର କେଇଟା ଦିନ ପରେ ଆରମ୍ଭ ହୋଇଯିବ ହକି ମହାକୁମ୍ଭ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ହକି ବିଶ୍ୱକପ ଉଦଘାଟନୀ ଉତ୍ସବ ପାଇଁ ପୋଲିସର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଉଦଘାଟନୀ ଉତ୍ସବ ଅବସରରେ ସହରରେ ୫୦ ପ୍ଲାଟୁନ ପୋଲିସ ଫୋର୍ସଙ୍କ ସମେତ ୨୦୦ ଅଫିସୟ ମୁତୟନ ହେବେ ବୋଲି କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।
ଷ୍ଟାଡିୟମ ଭିତରକୁ ଦିନ ୨ ଟାରେ ସାଧାରଣ ଦର୍ଶନ ପ୍ରବେଶ କରିପାରିବେ । ଷ୍ଟାଡିୟମ ଭିତରକୁ ପାଣି ବୋତଲ ଓ ଖାଦ୍ୟ ସାମଗ୍ରୀ ନେବା ମନା ।
ସୂଚନା ମୁତାବକ, ଜାନୁଆରୀ ୧୩ ରୁ ଆରମ୍ଭ ହେବାକୁ ଯାଉଛି ପୁରୁଷ ହକି ବିଶ୍ୱକପ୍ । ଏହା ଜାନୁଆରୀ ୨୯ ଯାଏଁ ଚାଲିବ । ଉଭୟ ରାଉରକେଲା ଓ ଭୁବନେଶ୍ୱରରେ ମ୍ୟାଚ ଖେଳାଯିବ ।