କଟକ (ଏଟିଆର ବ୍ୟୁରୋ): ହଟିଲା କଟକଣା । ଆଜିଠୁ ଧବଳେଶ୍ୱର ପୀଠରେ ବାବାଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ମିଳିଛି ଅନୁମତି । ସର୍ବସାଧାରଣ ଦର୍ଶନ ପାଇଁ ଉପ ଜିଲ୍ଲାପାଳ ଙ୍କ ପକ୍ଷରୁ ଅନୁମତି ମିଳିଛି । ଅସ୍ଥାୟୀ ରାସ୍ତା ଦେଇ ମନ୍ଦିରକୁ ଯିବା ପାଇଁ ଭକ୍ତଙ୍କୁ ରହିଛି ଅନୁମତି ।
ସୂଚନାଯୋଗ୍ୟ, ଧବଳେଶ୍ୱର ପୀଠକୁ ସଂଯୋଗ କରୁଥିବା ଝୁଲାପୋଲ ଅସୁରକ୍ଷିତ ଥିବା ହେତୁ ନଭେମ୍ବର ପହିଲାରୁ ବାବାଙ୍କ ପୀଠରେ ୧୪୪ ଧାରା ଲାଗୁ କରାଯାଇଥଲା । କେବଳ ବାବାଙ୍କ ପୂଜା ନୀତି ପାଇଁ ସେବକମାନେ ପୀଠକୁ ଯାଉଥିଲେ । ଏଲଇଡି ସ୍କ୍ରିନ ଯୋଗେ ବାବାଙ୍କ ଦର୍ଶନ କରୁଥିଲେ ଭକ୍ତ ।