ନୂଆଦିଲ୍ଲୀ,(ଏଟିଆର ବ୍ୟୁରୋ): ଗ୍ରେଟର ନୋଏଡାରେ ୬ମହଲା କୋଠା ଭୁଶୁଡିବା ଘଟଣା ମନରୁ ଲିଭିନଥିବା ବେଳେ ପୁଣି ଆଉ ଏକ ଅଘଟଣ ଘଟିଛି । ଗାଜିଆବାଦରେ ସମାନ ଘଟଣା ନଜରକୁ ଆସିଛି । ୫ମହଲା କୋଠା ଭୁଶୁଡିବା ଯୋଗୁ ୨ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ୮ବର୍ଷର ବାଳକ ଥିବା ଜଣାପଡିଛି । ଏବେ ବି ଆହୁରି ଅନେକ କୋଠା ତଳେ ଚପି ରହିଥିବା ଜଣାପଡିଛି । ସେମାନଙ୍କୁ ଉଦ୍ଧାର କରିବା ଲାଗି ପ୍ରଶାସନ ଚେଷ୍ଟା ଜାରି ରଖିଛି ।
ସେପଟେ ଲଗାତାର କୋଠା ଭୁଶୁଡିବାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖା ଦେଇଥିବା ବେଳେ ଏହାକୁ ନେଇ ମୁଖ୍ୟମନ୍ତ୍ରୀ ବି କ୍ଷୋଭ ପ୍ରକାଶ କରିଛନ୍ତି । ଘଟଣାରେ ସମ୍ପୃକ୍ତ ସମସ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପୂରା ଘଟଣାର ଖୋଳତାଡ ପାଇଁ ପୁଲିସ ୫ଟି ସ୍ୱତନ୍ତ୍ର ଟିମ ଗଠନ କରି ତଦନ୍ତ ଚଳାଇଛି । ସେପଟେ କୋଠା କରୁଥିବା ବିଲଡର ମନୀଷ ଗୋୟଲ ଘଟଣା ପରଠୁ ଫେରାର ହୋଇଯାଇଛନ୍ତି । ତାଙ୍କୁ ଧରିବା ଲାଗି ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।