ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟ ବଜେଟ ଅଧିବେଶନ ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଫେବୃଆରୀ ୨୧ ରୁ ଆରମ୍ଭ ହୋଇ ଏପ୍ରିଲ ୬ ଯାଏଁ ଚାଲିବ ବଜେଟ ଅଧିବେଶନ । ଫେବୃଆରୀ ୨୪ ରେ ଉପସ୍ଥାପନ ହେବ ବଜେଟ୍ ।
୨ ଟି ପର୍ଯ୍ୟାୟରେ ବଜେଟ ଅଧିବେଶନ ହେବାକୁ ଥିବା ବେଳେ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଫେବୃଆରୀ ୨୧ ରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ଯାଏଁ ଚାଲିବ । ସେହତପରି ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୧୦ ର ଆରମ୍ଭ ହୋଇ ଏପ୍ରିଲ ୬ ଯାଏଁ ଚାଲିବ ।