ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରାଜ୍ୟକୁ କିଛି ଦିନ ହେବ ଗରମ ଅନୁଭୂତ ହେଉଥିବା ବେଳେ ଏବେ ପୁଣି ଥରେ ଫେରିବ ଶୀତ । ଜାଡରେ ଥରିବ ଓଡିଶା । ବିଭିନ୍ନ ଜିଲ୍ଲାରେ ଆସନ୍ତା ୪ ଦିନ ଯାଏଁ ଶୀତ ଲହରୀ ଅନୁଭୂତ ହେବ । ରାତି ତାପମାତ୍ରା ସ୍ୱାଭାବିକଠାରୁ ୨ ରୁ ୩ ଡିଗ୍ରୀ ଯାଏଁ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି ।
ଶୀତ ଲହରୀ ପାଇଁ ମୁଖ୍ୟତଃ ଝାରସୁଗୁଡା ଓ ସୁନ୍ଦରଗଡକୁ ଚେତାବନୀ ଦେଇଛି ପାଣିପାଗ ବିଭାଗ । ଜାନୁଆରୀରେ ମାତ୍ର ଦୁଇ ଦିନ ଶୀତ ଲହରି ଅନୁଭୂତ ହୋଇଥିଲା । ସେହିପରି ଫେବୃଆରୀରେ କିଛି ସ୍ଥାନରେ ଶୀତ ଲହରୀ ଅନୁଭୂତ ହେବ ।