ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୁଲୱାମା ଆକ୍ରମଣକୁ ଆଜିକୁ ପୁରଣ ହୋଇଛି ଚାରିବର୍ଷ । ଏଥିରେ ସହିଦ ହୋଇଥିବା ଭାରତୀୟ ଯବାନଙ୍କ ବୀରତ୍ୱର ଗାଥା ଓ ବଳିଦାନକୁ ସ୍ମରଣ କରି ସାରା ଦେଶ ଆଜି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ।
ସେଦିନ ଥିଲା ୨୦୧୯ ମସିହା ଫେବୃଆରୀ ୧୪ । ଚାରିଆଡେ ଯୁବପିଢୀ ପାଳନ କରୁଥିଲେ ଭାଲେଣ୍ଟାନ ଡେ । ଅଚାନକ ଦିନ ଦ୍ୱିପ୍ରହରରେ ସାରା ଦେଶ ସ୍ତବ ହୋଇଗଲା । ନିମିଷକ ଭିତରେ ସବୁ କିଛି ଛାର ଖାର, ବଦଳିଗଲା ସବୁକିଛି । ଖବର ଆସିଲା ଜମ୍ମୁ କଶ୍ମୀର ପୁଲୱାମାରେ ଏକ ବଡ ଧରଣର ଆତଙ୍କି ଆକ୍ରମଣରେ ୪୨ ବୀର ଯବାନ ପ୍ରାଣ ହରାଇଛନ୍ତି । ଏହାପରେ ସାରା ଦେଶରେ ଖେଳିଗଲା ଶୋକର ଛାୟା ।