ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିଠୁ ଆରମ୍ଭ ହେଉଛି ଆଦିବାସୀ ମେଳା । ଏନେଇ ସୁନ୍ଦର ଭାବେ ସଜେଇ ହୋଇଛି ଭୁବନେଶ୍ୱର ଆଦିବାସୀ ପଡିଆ । ଏଥିରେ ମାଟି ଘର ସାଙ୍ଗକୁ ଆସିବାସୀ ଚାଲିଚଳଣୀକୁ ଖୁବ୍ ସୁନ୍ଦର ଭାବେ ଚିତ୍ରିତ କରାଯାଇଛି । ଆଜିଠୁ ଆରମ୍ଭ ହୋଇ ଆସନ୍ତା ମାର୍ଚ୍ଚ ୧ ତାରିଖ ଯାଏଁ ଚାଲିବ ଏହି ମେଳା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟା ୫ଟାରେ ଏହି ମେଳାକୁ ଉଦଘାଟନ କରିବେ ।
ଚଳିତବର୍ଷ ଏହି ମେଳାରେ ୧୦ ଟି ଆଦିବାସୀ ଗାଁ ସମେତ ୧୨୧ ଟି ଷ୍ଟଲ କରାଯାଇଛି । ପ୍ରତ୍ୟେକ ଦିନ ଅପରାହ୍ନ ସାଢେ ଦୁଇଟାରୁ ରାତି ୯ଟା ଯାଏଁ ମେଳା ଖୋଲା ରହିବ ।