ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ରାଜ୍ୟ ବଜେଟ୍ । ଅପରାହ୍ନ ୪ ଟାରେ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଏଥର ଫୋକସରେ ଚାଷୀ, ଶିଶୁ ଓ ମାଆଙ୍କ ପୁଷ୍ଟିସାଧନ, ଭିତ୍ତିଭୂମି ବିକାଶ । ଏହାସହିତ ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡା ଓ ସାମାଜିକ କ୍ଷେତ୍ର, ଶିଳ୍ପ ଓ ମହିଳା ସଶକ୍ତିକରଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ ।
ରାଜ୍ୟ ବଜେଟରେ ଏଥର ବ୍ୟୟ ଅଟକଳ ପ୍ରାୟ ୧୫ ପ୍ରତିଶତ ବଢିପାରେ ବୋଲି ଆଶା କରାଯାଉଛି । ସେହିପରି ବଜେଟର ଆକାର ପ୍ରାୟ ୨ ଲକ୍ଷ ୩୦ ହଜାର କୋଟି ବୋଲି ଆକଳନ କରାଯାଉଛି ।