ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ରାଜ୍ୟ ବଜେଟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉପସ୍ଥାପନ କରିଛନ୍ତି । ପ୍ରଥମେ କୃଷି ପାଇଁ ବଜେଟ୍ ଉପସ୍ଥାପନ ହୋଇଛି । କୃଷି କ୍ଷେତ୍ର ପାଇଁ ଆଶାଠାରୁ ଅଧିକ ଭଣ୍ଡାର ଖୋଲିଛନ୍ତି ରାଜ୍ୟ ସରକାର ।
୨୦୨୩-୨୪ ବଜେଟ୍ ରେ କୃଷି କ୍ଷେତ୍ର ପାଇଁ ୨୪ ହଜାର ୮୨୯ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଯାହା ୨୦୨୬-୨୭ ଆର୍ଥିକ ବର୍ଷର ବଜେଟ ଆକଳନଠୁ ୩ ଗୁଣା ଅଧିକ । ଏହାସହିତ କୃଷି ଓ ଚାଷୀଙ୍କୁ ଅଧିକ ଫୋକସ କରୁଛନ୍ତି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।