ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୁଣି ଥରେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତାଲିକାରେ ସାମିଲ ହେଲେ ଆରବପତି ଏଲୋନ୍ ମସ୍କ । ବ୍ଲୁମବର୍ଗର କ୍ରମାଗତ ଭାବରେ ଅପଡେଟ ହୋଇଥିବା ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ, ୧୮୭ ବିଲିୟନ ଡଲାର ସମ୍ପତ୍ତି ସହ ମସ୍କ ପୁଣି ଥରେ ଅରବପତି ତାଲିକାରେ ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି। ସେ ଗତ ବର୍ଷ ଧନୀ ତାଲିକାରେ ପ୍ରଥମ ସ୍ଥାନରେ ଥିବା ଫ୍ରାନ୍ସର ବିଳାସପୂର୍ଣ୍ଣ ବ୍ରାଣ୍ଡ ଲୁଇ ଫାଇନାନ୍ସର ସିଇଓ ବର୍ନାର୍ଡ ଆର୍ନାଲ୍ଟଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।
ଏଲୋନ୍ ମସ୍କର ସମ୍ପତ୍ତି କେତେ?
ତାଜା ଅପଡେଟ ଅନୁଯାୟୀ, ଏଲୋନ୍ ମସ୍କଙ୍କ ମୋଟ ସମ୍ପତ୍ତି ୧୮୭.୧ ବିଲିୟନ ଡ଼ଲାର ଅଟେ। ଏଥି ସହିତ, ବର୍ଣ୍ଣାଡ ଆର୍ନାଲ୍ଟଙ୍କ ସମ୍ପତ୍ତି ୧୮୫.୩ ବିଲିୟନ ଡଲାର ବୋଲି ଆକଳନ କରାଯାଇଛି ।