ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ହାଣ୍ଡିଶାଳେ ମହଙ୍ଗା ମାଡ । ବଢିଲା ଘରୋଇ ଗ୍ୟାସ ସିଲିଣ୍ଡରର ଦାମ୍ । ଟେନସନରେ ଖାଉଟି । ସିଲିଣ୍ଡର ପ୍ରତି ୫୦ ଟଙ୍କା ବୃଦ୍ଧି ହୋଇଛି । ବର୍ଦ୍ଧିତ ଦର ଲାଗୁ ହେବା ପରେ ଆଜିଠୁ ଦିଲ୍ଲୀରେ ଘରୋଇ ସିଲିଣ୍ଡରର ୧୧୦୩ ଟଙ୍କାରେ ମିଳିବ । ଏହାପୂର୍ବରୁ ଏହାର ଦାମ୍ ୧୦୫୩ ଥିଲା ।
ସେହିପରି କର୍ମସିଆଲ ଏଲପିଜି ସିଲଣ୍ଡର ଦାମ୍ ରେ ମଧ୍ୟ ବୃଦ୍ଧି ଘଟିଛି । ସିଲିଣ୍ଡର ପ୍ରତି ୩୫୦.୫୦ ଟଙ୍କା ବୃଦ୍ଧି ହୋଇଛି । ଏହାପରେ ରାଜଧାନୀ ଦିଲ୍ଲୀରେ କର୍ମସିଆଲ ଗ୍ୟାସ ସିଲିଣ୍ଡରର ଦାମ୍ ୨୧୧୯.୫୦ ଟଙ୍କା ହୋଇଯାଇଛି ।