ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସପ୍ତାହେରୁ ଅଧିକ ଦିନ ଧରି ଭୁବନେଶ୍ୱର ବାବା କପିଳେଶ୍ୱରଙ୍କ ମନ୍ଦିରରେ ପଡିଛି ତାଲା । ଭୋକ ଉପାସରେ ପଡି ରହିଛନ୍ତି ବାବା କପିଳେଶ୍ୱର ।
ବାବା କପିଳେଶ୍ୱରଙ୍କ ଦର୍ଶନରୁ ବଞ୍ଚିତ ଶ୍ରଦ୍ଧାଳୁ । ନା ବାବାଙ୍କ ଦର୍ଶନ କରି ପାରୁଛନ୍ତି ନା ବାବାଙ୍କ ନିକଟରେ ଭୋଗ ଲଗାଇ ପାରୁଛନ୍ତି । ମଲ୍ଲିଆ ଖୁଣ୍ଟିଆ ସେବାୟତଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ପାଇଁ ମନ୍ଦିର ଫାଟକରେ ଝୁଲିଛି ତାଲା ।