ଭୁବନେଶ୍ୱର,(ଏଟିଆର ବ୍ୟୁରୋ) : ଥରିଲା ପାକିସ୍ତାନ । ହୋଇଛି ଆତ୍ମଘାତୀ ବିଷ୍ଫୋରଣ । ଘଟଣାରେ ମୋଟ ୩୧ଜଣଙ୍କ ଜୀବନ ଯାଇଥିବା ସୂଚନା ମିଳିଛି । ଦିନ ସାଢ଼େ ୧୧ଟାରେ ଏଭଳି ଅଘଟଣ ଘଟିଛି । ସାଧାରଣ ନିର୍ବାଚନ ପାଇଁ ମତଦାନ ଚାଲିଥିବା ବେଳେ ବେଲୁଚିସ୍ତାନର କ୍ୱେଟାରେ ଏଭଳି ଛାତି ଥରା ଘଟଣା ଘଟିଛି । ମୃତକଙ୍କ ମଧ୍ୟରେ ୩ଜଣ ପୁଲିସ କର୍ମଚାରୀ ଓ ୨ଜଣ ଛୋଟ ଛୁଆ ରହିଥିବା ସୂତ୍ର କହୁଛି ।
ସେପଟେ ଘଟଣାରେ ୩୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ଲାଗି ହସପିଟାଲରେ ଭର୍ତ୍ତି କରାଯାଇଛି । ତେବେ ରିପୋର୍ଟ କହୁଛି ଯେଉଁ ବ୍ୟକ୍ତି ଏହି ବିଷ୍ଫୋରଣ କରିଛନ୍ତି ସେ ପୂର୍ବରୁ ମତଦାନ କେନ୍ଦ୍ରକୁ ପଶିବାକୁ ଚେଷ୍ଟା କରିଥିଲେ । ପୁଲିସ ତାଙ୍କୁ ଅଟକାଇବା ଲାଗି ଚେଷ୍ଟା କରିବାରୁ ସେ ଏହି ବିଷ୍ଫୋରଣ କରିଥିଲେ ।