ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏବେ ଦେଶରେ ଆତଙ୍କ ଖେଳାଇଛି ଏଚ୩ଏନ୨ ତଥା ଇନଫ୍ଲ୍ୟୁଏଞ୍ଜା ଭୂତାଣୁ । ଏହାର ପ୍ରକୋପ ଦିନକୁ ଦିନ ବଢିବାରେ ଲାଗିିଛି । ଏନେଇ ଏବେ ରାଜ୍ୟ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ମାଧ୍ୟମରେ ସତର୍କବାଣୀ ଜଣାଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ । ସାରା ଦେଶରେ ଏଯାଏଁ ୯୦ ରୁ ଅଧିକ ମାମଲା ସାମ୍ନାକୁ ଆସିଲାଣି ।
ଓଡିଶା ସମେତ ଅନେକ ରାଜ୍ୟରେ ଏହି ଭୂତାଣୁର ପ୍ରକୋପ ବଢଥିବାର ଦେଖିବାକୁ ମିଳିଛି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ସବୁ ରାଜ୍ୟକୁ ଚିଠି ଲେଖିବା ସହିତ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଏହାସହିତ ଟେଷ୍ଟ, ଟ୍ରାକ, ଟ୍ରିଟ, ଟୀକାକରଣ ଜାରି ରହିବା ସହିତ ମେଡିକାଲରେ ବେଡ ଓ ଅକ୍ସିଜେନ ସିଲିଣ୍ଡର ରଖିବାକୁ ପରାମର୍ଶ ।