ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ପାଗରେ ପରିବର୍ତ୍ତନ ଘଟିଛି । ପାଗ ମେଘୁଆ ସହିତ କିଛି କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି । ରାଜ୍ୟରେ ଘଡଘଡି ବିଜୁଳି ସହିତ ବର୍ଷା ହେବା ପାଇଁ ଦକ୍ଷୀଣ ଆଭ୍ୟନ୍ତରୀଣ ଓଡିଶାର ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଭିଜିବ ଓଡିଶା କମିବ ତାତି । ବର୍ଷା ଯୋଗୁଁ କିଛି ଜିଲ୍ଲାରେ ୪୦ ରୁ ୫୦ କିମି ବେଗରେ ପବନ ବୋହିବା ସହ ଦିନତାପମାତ୍ରା ୨ ରୁ ୩ ଡିଗ୍ରୀ ଯାଏଁ ହ୍ରାସ ପାଇବ ।
ପଶ୍ଚିମା ଝଡ ପ୍ରଭାବ ଆସନ୍ତାକାଲି ଅଧିକା ରହିବା ସହିତ କାଳବୈଶାଖୀ ହେବାର ସମ୍ଭାବନା ମଧ୍ୟ ରହିଛି ।