ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ତଥା ମାର୍ଚ୍ଚ ୧୬ ପାଇଁ ପେଟ୍ରୋଲ ଓ ଡିଜେଲ ଦାମ୍ ଜାରି କଲା ତୈଳ କମ୍ପାନୀ । କିଛି ମାସ ପୂର୍ବରୁ ପେଟ୍ରୋଲ-ଡିଜେଲ ଦାମ ହ୍ରାସ କରିବେ ବୋଲି ସରକାର ଘୋଷଣା କରିଥିଲେ । କିନ୍ତୁ ହ୍ରାସ ହୋଇନାହିଁ । ଦେଶରେ ପାଖାପାଖି ପାଞ୍ଚ ମାସରୁ ଅଧିକ ସମୟ ହେବ ତୈଳ ଦର ସ୍ଥିର ରହିଛି ।
ଆଜି ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ ଦର ୯୬.୭୨ ଟଙ୍କା ଓ ଡିଜେଲ ଦର ୮୯.୬୨ ଟଙ୍କା ରହିଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଦାମ ୧୦୬.୩୧ ଟଙ୍କା ଓ ଡିଜେଲ ଦାମ ୯୪.୨୭ ଟଙ୍କା, କୋଲକାତାରେ ପେଟ୍ରୋଲ ଦାମ ୧୦୬.୦୩ ଟଙ୍କା ଓ ଡିଜେଲ ଦାମ୯୨.୭୬ ଏବଂ ଚେନ୍ନାଇରେ ପେଟ୍ରୋଲ ଦାମ ୧୦୨.୬୩ ଟଙ୍କା ଓ ଡିଜେଲ ଦାମ ୯୪.୨୪ ଟଙ୍କା ରହିଛି । ସେହିପରି ଭୁବନେଶ୍ୱରରେ ମଧ୍ୟ ପେଟ୍ରୋଲ ଦର ୧୦୩.୩୭ ଟଙ୍କା ରହିଛି ।