ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିଠୁ ରାଜ୍ୟରେ ଶୁଭାରମ୍ଭ ହେଉଛି ବାଲ୍ ଆଧାର । ଶିଶୁ ଜନ୍ମ ପରେ ପଞ୍ଜିକରଣ ସହ ଆଧାରକାର୍ଡ ସଂଯୁକ୍ତ କରାଯିବ । ଏହାଦ୍ୱାରା ସହଜ ହେବ ସରକାରୀ ସେବା । ଶିଶୁ ଜନ୍ମ ହୋଇଥିବା ଚିକିତ୍ସାଳୟ ସହ ଯୋଗାଯୋଗ କରି ବାଲ୍ ଆଧାର ପ୍ରାପ୍ତ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଶିଶୁର ପ୍ରଥମ ଅଧିକାର ହେଉଛି ଜନ୍ମ ପଞ୍ଜିକରଣ ଓ ଜନ୍ମ ସାର୍ଟିଫିକେଟ । ସେଥିପାଇଁ ଶିଶୁର ଆଧାର ପଞ୍ଜିକରଣ ପାଇଁ ମା ଓ ବାପାଙ୍କ ମଧ୍ୟରୁ କୌଣସି ଜଣଙ୍କର ଆଧାର ନମ୍ବର ଥିବା ଜରୁରୀ । ୫ ବର୍ଷ ଯାଏଁ ଅନିବାର୍ଯ୍ୟ ନୁହେଁ ଶିଶୁର ବାୟୋମେଟ୍ରିକ ।