ଭବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ବନ୍ଦର ପ୍ରସଙ୍ଗ ନେଇ ଗୃହରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଉତ୍ତର ରଖିଛନ୍ତି । ତାଙ୍କ କହିବାନୁଯାୟୀ,ରାଜ୍ୟରେ ବର୍ତ୍ତମାନ କୌଣସି ଅନ୍ତର୍ଜାତୀୟ ଜଳପଥ ବନ୍ଦର ନାହିଁ । ୧୪ ଟି ସାମୁଦ୍ରିକ ବନ୍ଦର ପାଇଁ ନିରୁପଣ ହୋଇଛି ସ୍ଥାନ । ସେଥିରୁ ଧାମରା ଓ ଗୋପାଳପୁରରେ ଦୁଇଟି ଅଣବୃହତ ବନ୍ଦର କାର୍ଯ୍ୟକ୍ଷମ ରହିଥିବା ବେଳେ ସୁବର୍ଣ୍ଣପୁର ଓ ଅସ୍ତରଙ୍ଗରେ ବନ୍ଦର କାମ ଚାଲିଛି । ଅନ୍ୟ ୧୦ଟାରୁ ବାଲେଶ୍ୱର ଜିଲ୍ଲାର ବିଚିତ୍ରପୁର, ଚାନ୍ଦିପୁର, ଇଞ୍ଚୁଡି ସମେତ ଭଦ୍ରକ, ପୁରୀ ଓ ଗଞ୍ଜାମରେ ଅଣବୃହତ ବନ୍ଦର ନିର୍ମାଣ ହେବ । ସମସ୍ତ ଜିନିଷ ସୁବ୍ୟବସ୍ଥିତ କରିବା ପାଇଁ ଆଇଆଇଟି ମାଡ୍ରାସ ସହ ୧୬ କୋଟି ୮୫ ଲକ୍ଷ ୪ ଶହ ଟଙ୍କା ଚୁକ୍ତି ହୋଇଛି ।
କେନ୍ଦ୍ରାପଡା ମହାକାଳପଡା ମହାନଦର ନିକଟରେ ନଦୀଭିତ୍ତିକ ବନ୍ଦର ପାଇଁ ରହିଛି ପ୍ରସ୍ତାବ ।ଏହାର ସର୍ଭେ କରିବା ଲଗି ଡଇଚଉଙଝ କୁ ଦିଆଯାଇଛି ୭୪ କୋଟି । ସରକାରୀ ଓ ଘରୋଇ ସହଭାଗିତାରେ ଚାଲିଛି ସମସ୍ତ କାମ । ରାଜ୍ୟ ସରକାର କେବଳ ଲିଜ୍ ସୂତ୍ରରେ ଜମି ଯୋଗାଇ ଦେଉଛନ୍ତି ।