ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚାଲିଛି ଚୈତ୍ର ନବରାତ୍ରୀ । ଆଜି ହେଉଛି ମହାଷ୍ଟାମୀ ବା ଦୁର୍ଗାଷ୍ଟମୀ । ଏହିଦିନ ଦେବୀ ଦୁର୍ଗାଙ୍କର ଅଷ୍ଟମ ସ୍ୱରୂପ ମା ମହାଗୌରୀଙ୍କୁ ପୂଜା କରିବାର ବିଧି ରହିଛି । ବିଶ୍ୱାସ ରହିଛି କି ଅଷ୍ଟମୀରେ ମା ମହାଗୌରୀଙ୍କୁ ହୃଦୟର ସହ ପୂଜାର୍ଚ୍ଚନା କରିବା ଦ୍ୱାରା ଭକ୍ତଙ୍କର ସମସ୍ତ ମନସ୍କାମନା ପୂରଣ ହୋଇଥାଏ । ସଫଳତା ପାଇଁ ଏହିଦିନ କିଛି ବିଶେଷ ଉପାୟ ମଧ୍ୟ କରିବା ଉଚିତ୍ ।
– ମହାଷ୍ଟମୀରେ ମା ଦୁର୍ଗାଙ୍କୁ ଲବଙ୍ଗ ମାଳ ଏବଂ ଲାଲ ଗୋଲାପ ମାଳ ଅର୍ପଣ କରନ୍ତୁ । ଏଭଳି କରିବା ଦ୍ୱାରା ମା ଆପଣଙ୍କର ସମସ୍ତ ମନସ୍କାମନା ପୂରଣ କରିବେ ।
– ଚୈତ୍ର ନବରାତ୍ରୀ ଅଷ୍ଟମୀ ତିଥିରେ ଲାଲ ରଙ୍ଗର ଓଢଣୀରେ ମୁଦ୍ରା ବାନ୍ଧିକି ମାଙ୍କୁ ଚଢାନ୍ତୁ । କୁହାଯାଏ କି ଏଭଳି କରିବା ଦ୍ୱାରା ମାତାରାଣୀ ବ୍ୟକ୍ତିଙ୍କର ସମସ୍ତ ମନସ୍କାମନା ପୂରଣ କରନ୍ତି ।
– ମହାଷ୍ଟମୀରେ କନ୍ୟା ପୂଜନ ସମୟରେ ୯ କନ୍ୟାଙ୍କୁ ଭୋଜନ କରାନ୍ତୁ ଏବଂ ଲାଲ ରଙ୍ଗର ଜରୁରୀ ଜିନିଷ ଉପହାରରେ ଦିଅନ୍ତୁ । ଏହାଦ୍ୱାରା ଆପଣଙ୍କ ଉପରେ ମାତାରାଣୀଙ୍କ କୃପା ରହିଥାଏ ।
– ମହାଷ୍ଟମୀରେ ବୃନ୍ଦାବତୀ ମୂଳେ ନଅ ଦୀପ ଜାଳି ପରିକ୍ରମା କରନ୍ତୁ । ଏଭଳି କରିବା ଦ୍ୱାରା ଘରର ସମସ୍ତ ଦୋଷ ଏବଂ ରୋଗ ଦୂର ହୋଇଥାଏ ।