ସୋନପୁର (ଏଟିଆର ବ୍ୟୁରୋ): ସୋନପୁର ଜିଲ୍ଲା ଖାଲିଆପଲ୍ଲୀ ଗ୍ରାମରେ ଭୀମ ଭୋଇ ସମାଧି ପୀଠ ବା ମନ୍ଦିର ଅବସ୍ଥିତ । ଏହା ଶୂନ୍ୟ ମନ୍ଦିର ନାମରେ ଖୁବ୍ ପ୍ରସିଦ୍ଧ ।
ଏହା ୧୧୦ ବର୍ଷର ପୁରାତନ ମନ୍ଦିର । ଭୀମଭୋଇ ମହିମା ଧର୍ମର ପ୍ରଚାରକ ଥିଲେ । ଏବଂ ସେ ୧୯୦୦ ଶତାଦ୍ଧୀରେ ଜଣେ ପ୍ରଶଂସନୀୟ କଳାକାର ଓ ଧାର୍ମିକ ମାଷ୍ଟରମାଇଣ୍ଡ ଥିଲେ । ଏହା ସହିତ ସେ ମହିମା ଗୋଷ୍ଠୀର ମନ୍ତ୍ରୀ ମଧ୍ୟ ଥିଲେ ।
ଭୀମଭୋଇଙ୍କ ନିଧନ ପରେ ତାଙ୍କ ଭକ୍ତମାନେ ଖାଲିଆପଲ୍ଲୀ ଗ୍ରାମରେ ଏକ ସମାଧୀ କରି ଧାର୍ମିକ ଦୃଷ୍ଟି ଅନୁଯାୟୀ ସେହି ସମାଧୀକୁ ଗରୁତ୍ୱ ଦେଇଥିଲେ । ମାଘମାସ ଚର୍ତୁଦଶୀରେ ଏହି ପୀଠରେ ଖୁବ୍ ଧୁମ୍ଧାମରେ ଉତ୍ସବ ପାଳିତ ହୋଇଥାଏ ।