ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ୪ ଦିନ କାଳବୈଶାଖୀ ସମ୍ଭାବନା ରହିଛି ହେଲେ ଆଜିଠୁ କ୍ରମଶଃ ବୃଦ୍ଧି ପାଇବ ତାପମାତ୍ରା । ସପ୍ତାହେ ମଧ୍ୟରେ ୩ ରୁ ୫ ଡିଗ୍ରୀ ଯାଏଁ ତାପମାତ୍ରା ବୃଦ୍ଧି ହେବାର ଆଶଙ୍କା ରହିଛି ।
ରାଜ୍ୟକୁ ଉତ୍ତର-ପଶ୍ଚିମା ଶୁଷ୍କ ଗରମ ପବନ ବହିବା ଯୋଗୁଁ ୧୦ ତାରିଖରୁ ବିଶେଷ ଭାବେ ବଢିବ ତାପମାତ୍ରା । ପଣାସଂକ୍ରାନ୍ତିଠୁ ଭୁବନେଶ୍ୱରର ତାପମାତ୍ରା ୪୨ ଡିଗ୍ରୀ ରହିପାରେ ।