ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ହେଉଛି ଭଗବାନ ହନୁମାନଙ୍କ ଜନ୍ମୋତ୍ସବ । ହିନ୍ଦୁ ଧର୍ମରେ ଭଗବାନ ହନୁମାନଙ୍କ ପୂଜାର ବିଶେଷ ମହତ୍ୱ ରହିଛି । ହନୁମାନଙ୍କ ଜନ୍ମୋତ୍ସବରେ ପୂଜାର୍ଚ୍ଚନା କରିବା ଦ୍ୱାରା ସମସ୍ତ ସଙ୍କଟ ଦୂର ହୋଇଥାଏ ।
ଯେଉଁ ବ୍ୟକ୍ତିଙ୍କ ଉପରେ ହନୁମାନଙ୍କ କୃପା ରହିଥାଏ ତାଙ୍କୁ ଶନି ସମ୍ବନ୍ଧୀୟ କୌଣସି ପ୍ରକାରର ଦୋଷ ଲାଗେ ନାହିଁ । ହନୁମାନ ଜନ୍ମୋତ୍ସବ ରେ ଯଦି କିଛି ଜ୍ୟୋତିଷ ଉପାୟ କରିବେ ତେବେ ଶୁଭ ଫଳ ପ୍ରାପ୍ତି ହେବ । ଏହି ଉପାୟ ଦ୍ୱାରା ହନୁମାନଙ୍କ ସହିତ ଶନିଦେବଙ୍କ ଆର୍ଶିବାଦ ମଧ୍ୟ ଲାଭ ହୋଇଥାଏ । ତେବେ ଆସନ୍ତୁ ଜାଣିବା ହନୁମାନ ଜନ୍ମୋତ୍ସବରେ କେଉଁ କେଉଁ ଉପାୟ କରାଯାଇ ପାରିବ ।
– ହନୁମାନଙ୍କ ପ୍ରସନ୍ନ କରିବା ପାଇଁ ହନୁମାନ ଜନ୍ମୋତ୍ସବରେ ବଜରଙ୍ଗୱାଲିଙ୍କୁ ଲବଙ୍ଗ ପାନ ଚଢାନ୍ତୁ । ଏହାସହିତ ବାଦାମ ମଧ୍ୟ ଅର୍ପଣ କରନ୍ତୁ । ଏହାପରେ ତାକୁ କଳା ରଙ୍ଗର କପଡାରେ ବାନ୍ଧି ଘରର ଦକ୍ଷୀଣ କୋଣରେ ରଖି ଦିଅନ୍ତୁ । ଧ୍ୟାନ ରଖିଥିବେ କି ଏହା ଉପରେ ଯେପରି କାହାରି ନଜର ନପଡେ । ପୁଣି ଏହାକୁ ରଖିବାର ଦ୍ୱିତୀୟ ଦିନ ସେହି କପଡାକୁ ନେଇ ଶନି ମନ୍ଦିରରେ ରଖି ଦିଅନ୍ତୁ । ଏହି ଉପାୟ ଦ୍ୱାରା ବ୍ୟକ୍ତିଙ୍କ ଜାତକରେ ଥିବା ସାଢେସାତୀ ଶନିର ଦୁଷ୍ପ୍ରଭାବ ଦୂର ହୋଇଯିବ ।
– ଯେଉଁ ବ୍ୟକ୍ତିଙ୍କ ଜୀବନରେ ଶନି ସମ୍ବନ୍ଧୀୟ ଦୋଷ ଥିବ ସେମାନଙ୍କ ହନୁମାନ ଜନ୍ମୋତ୍ସବ ଗୁରୁତ୍ୱ । ଜାତକରେ ଥିବା ଶନି ଦୋଷରୁ ମୁକ୍ତି ପାଇଁ ହନୁମାନ ଜନ୍ମୋତ୍ସବରେ ମନ୍ଦିର ଯାଇ ହନୁମାନଙ୍କ ସାମ୍ନାରେ ବସି ସୋରିଶ ତେଲରେ ଦୀପ ଜଳାନ୍ତୁ ଏବଂ ହନୁମାନ ଚାଳିଶା ପାଠ କରନ୍ତୁ ।
– ହନୁମାନ ଜନ୍ମଉତ୍ସବରେ ବୁନ୍ଦୀ ଲଡୁ ଭୋଗ ଲଗାନ୍ତୁ ପ୍ରସନ୍ନ ହେବେ ହନୁମାନ ।