ବ୍ରହ୍ମପୁର (ଏଟିଆର ବ୍ୟୁରୋ): ବାପ ଘରେ ମା ବୁଢୀ ଠାକୁରାଣୀ । ଜମୁଛି ମା ବୁଢୀଠାକୁରାଣୀଙ୍କ ଯାତ୍ରା । ଗୁରୁବାର ରାତିରେ ଆରମ୍ଭ ହୋଇଛି ମାଙ୍କର ଘଟ ପରିକ୍ରମା । ସାହି ପରିକ୍ରମା କରି ମା ଅସ୍ଥାୟୀ ମନ୍ଦିରକୁ ଫେରିଛନ୍ତି । ଶୁକ୍ରବାର ରାତିରେ ମଧ୍ୟ ମା ଅସ୍ଥାୟୀ ମନ୍ଦିରରୁ ବାହାରି ବିଭିନ୍ନ ସାହି ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି ।
ପ୍ରତି ଦୁଇ ବର୍ଷରେ ଥରେ ହେଉଥିବା ଯାତ୍ରା କେଉଁ ଆବାହନ କାଳରୁ ରହି ଆସିଛି । ବିଶ୍ୱାସ ରହିଛି କି,ଅସ୍ଥାୟୀ ମନ୍ଦିରରେ ମା ବୁଢୀଠାକୁରାଣୀଙ୍କ ଦର୍ଶନ କଲେ ପୁଣ୍ୟ ଫଳ ପ୍ରାପ୍ତି ହୋଇଥାଏ ।