ବ୍ରହ୍ମପୁର (ଏଟିଆର ବ୍ୟୁରୋ): ବାପ ଘରେ ମା ବୁଢୀ ଠାକୁରାଣୀ । ଜମୁଛି ମା ବୁଢୀଠାକୁରାଣୀଙ୍କ ଯାତ୍ରା । ଯାତ୍ରାର ଆଜି ସପ୍ତମ ଦିନ । ଅସ୍ଥାୟୀ ମନ୍ଦିରରେ ପୂଜା ପାଉଛନ୍ତି ମା । ପୀଠରେ ଲାଗିଛି ଭକ୍ତଙ୍କ ସମାଗମ । ରବିବାର ରାତିରେ ମା ବୁଢୀଠାକୁରାଣୀ ବିଭିନ୍ନ ଅଞ୍ଚଳ ପରିକ୍ରମା କରି ଅସ୍ଥାୟୀ ମନ୍ଦିରକୁ ଫେରିଛନ୍ତି । ଆଜି ମଧ୍ୟ ମା ଅସ୍ଥାୟୀ ମନ୍ଦିରରୁ ବାହାରି ବିଭିନ୍ନ ସାହି ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି ।
ପ୍ରତି ଦୁଇ ବର୍ଷରେ ଥରେ ହେଉଥିବା ଯାତ୍ରା କେଉଁ ଆବାହନ କାଳରୁ ରହି ଆସିଛି । ବିଶ୍ୱାସ ରହିଛି କି,ଅସ୍ଥାୟୀ ମନ୍ଦିରରେ ମା ବୁଢୀଠାକୁରାଣୀଙ୍କ ଦର୍ଶନ କଲେ ପୁଣ୍ୟ ଫଳ ପ୍ରାପ୍ତି ହୋଇଥାଏ ।