ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚଳିତ ବର୍ଷ ମୌସୁମୀରେ ସ୍ୱାଭାବିକ ବର୍ଷା ହେବ । ୯୬ ପ୍ରତିଶତ ବର୍ଷା ହେବ । ୯୬ ରୁ ୧୦୪ ପ୍ରତିଶତ ବର୍ଷାକୁ ସ୍ୱାଭାବିକ ବର୍ଷା ବୋଲି କୁହାଯାଏ । ଏନେଇ ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ରା ପୂର୍ବାନୁମାନ କରିଛନ୍ତି ।
ଅନ୍ୟପଟେ ସୋମବାର ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ ପୂର୍ବାନୁମାନ କରିଥିଲା କି ଏଥର ୯୪ ପ୍ରତିଶତ ଅର୍ଥାତ ସ୍ୱାଭାବିକଠୁ କମ ବର୍ଷା ହେବ ।