ଭୁବନେଶ୍ୱର (ଏଟିଆର ବ୍ୟୁରୋ): ତାତିରୁ ମିଳିବ ଆଶ୍ୱସ୍ତି । ଆଜିଠୁ ରାଜ୍ୟରେ ପାଗରେ ଆସିବ ପରିବର୍ତ୍ତନ । ଆଗାମୀ ୪ ଦିନ ଯାଏଁ ରାଜ୍ୟରେ କାଳବୈଶାଖୀ ଥିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ।
ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୨ ରୁ ୪ ଡିଗ୍ରୀ ଯାଏଁ ହ୍ରାସ ପାଇବାର ସମ୍ଭାବନା ରହିଛି । ସେହିପରି ଆଜି ସକାଳୁ ରାଜ୍ୟର କିଛି ସ୍ଥାନରେ ପାଗ ମେଘୁଆ ରହିଛି ।