ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭକ୍ତଙ୍କ ପାଇଁ ଦୀର୍ଘ ୬ ମାସ ପରେ ଖୋଲିଛି କେଦାରନାଥ ଧାମ । ଧାମ ଖୋଲିବା ପରେ ବାବାଙ୍କ ଦର୍ଶନ ଲାଗି ଚଳଚଞ୍ଚଳ ହୋଇ ଉଠିଛି ବାବାଙ୍କ ଧାମ । ଭକ୍ତଙ୍କ ପାଇଁ ହେଲିକପ୍ଟର ସୁବିଧା ମଧ୍ୟ ରହିଛି ।
ସୂଚନାଯୋଗ୍ୟ, ପ୍ରବଳ ଥଣ୍ଡା ହେବା ଯୋଗୁଁ ଶ୍ରଦ୍ଧାଳୁଙ୍କ ପାଇଁ ଅକ୍ଟୋବର ମାସରୁ ମନ୍ଦିର ବନ୍ଦ ଥିଲା । ବାବାଙ୍କ ଦର୍ଶନରୁ ବଞ୍ଚିତ ଥିଲେ ଭକ୍ତ । ଏବେ ପୁଣି ଥରେ ମନ୍ଦିର ଖୋଲାଯାଇଛି । ବାବାଙ୍କ ଦର୍ଶନ ପାଇଁ ଆଇଆରସିିଟିସି ମାଧ୍ୟମରେ ଟିକେଟ ବୁକିଂ କରିପାରିବେ ।