ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମରେ ବୁଧବାରକୁ ଭଗବାନ ଗଣେଶଙ୍କୁ ସମର୍ପିତ କରାଯାଇଛି । ପ୍ରତ୍ୟେକ ଶୁଭ କାର୍ଯ୍ୟରେ ଗଣେଶ ଭଗବାନଙ୍କୁ ପ୍ରଥମେ ପୂଜା କରାଯାଇଥାଏ । କୁହାଯାଏ କି ଗଣେଶ ଭଗବାନଙ୍କୁ ପୂଜା କରିବା ଦ୍ୱାରା ବଡ ବଡ ସଙ୍କଟ ଟଳି ଯାଏ । ସେହିପରି ବୁଧବାର ଯେଉଁବ୍ୟକ୍ତି ସଚ୍ଚା ମନରେ ଗଣେଶଙ୍କୁ ପୂଜା କରନ୍ତି ଗଣପତି ବାପ୍ପା ପ୍ରସନ୍ନ ହୋଇ ତାଙ୍କର ସମସ୍ତ ଦୁଃଖ ଦୂର କରିଥାନ୍ତି । କିନ୍ତୁ ଏଭଳି କିଛି ଜିନିଷ ରହିଛି ଯାହାକୁ ଗଣେଶଙ୍କ ପୂଜାରେ ଚଢାଇବା ଉଚିତ୍ ନୁହେଁ ।
ଗଣେଶ ଭଗବାନଙ୍କ ପୂଜାରେ ଚାଉଳ ଅର୍ପଣ କରାଯାଇଥାଏ । କିନ୍ତୁ ଧ୍ୟାନ ରଖିଥିବା ଉଚିତ କି ଯେପରି ଗଣେଶଙ୍କୁ ଭଙ୍ଗା ଚାଉଳ ଅର୍ପଣ କରାନଯାଏ । ଚାଉଳ ଅର୍ପଣ କରିବା ପୂର୍ବରୁ ଓଦା କରିକି ଅର୍ପଣ କରିବା ଉଚିତ୍ କାରଣ ଗଣେଶ ଭଗବାନଙ୍କର ଗୋଟେ ଦାନ୍ତ ଭଙ୍ଗା । ଗଣେଶଙ୍କୁ ଚାଉଳ ଅର୍ପଣ କରିବା ଦ୍ୱାରା ବ୍ୟକ୍ତିଙ୍କର ସମସ୍ତ ଦୁଃଖ ଦୂର ହୋଇଥାଏ ।
ଗଣେଶ ଭଗବାନଙ୍କୁ ପୂଜାରେ ଭୁଲ୍ ରେ ବି ତୁଳସୀ ପତ୍ର ଅର୍ପଣ କରନ୍ତୁ ନାହିଁ । ପୌରାଣିକ କଥାନୁସାରେ ତୁଳସୀଙ୍କ ବିବାହ ପ୍ରସ୍ତାବକୁ ମନା କରିଦେଇଥିଲେ ଗଣେଶ । ଏଥିରେ ତୁଳସୀ ରାଗି ଯାଇ ତାଙ୍କୁ ଶ୍ରାପ ଦେଇଥିଲେ କି ଗଣେଶଙ୍କ ଗୋଟେ ନୁହେଁ ଦୁଇ ଦୁଇଟି ବିବାହ ହେବ । ଏହାପରେ ଗଣେଶ ମଧ୍ୟ ତୁଳସୀଙ୍କୁ ଶ୍ରାପ ଦେଇଥିଲେ କି ତୁମ ବିବାହ ଜଣେ ଅସୁର ସହ ହେବ । ସେବେଠୁ ଭଗବାନ ଗଣେଶଙ୍କ ପୂଜାରେ ତୁଳସୀ ବାର୍ଜିତ ।
ଗଣେଶ ଭଗବାନଙ୍କ କେତକୀ ଫୁଳ ଅର୍ପଣ କରନ୍ତୁ ନାହିଁ । ପୌରାଣିକ କଥାନୁସାରେ ଭଗବାନ ଗଣେଶଙ୍କୁ କେତକୀ ଫୁଲ ପସନ୍ଦ ନୁହେଁ । ସେଥିପାଇଁ ଗଣେଶଙ୍କୁ କେତକୀ ଫୁଲ ଅର୍ପଣ କରାଯାଏ ନାହିଁ ।
ଗଣେଶଙ୍କୁ ପୂଜାରେ ଶୁଖିଲା ବା ବାସୀ ଫୁଲ ଚଢାନ୍ତୁ ନାହିଁ । ଏଭଳି କରିବା ଅଶୁଭ ଏବଂ ପରିବାରରେ ଦରିଦ୍ରତା ବାସ କରିଥାଏ । ସେଥିପାଇଁ ତାଙ୍କ ପୂଜାରେ ତାଜା ଫୁଲ ବ୍ୟବହାର କରିବା ଉଚିତ୍ ।
ଗଣେଶ ଭଗବାନଙ୍କ ପୂଜାରେ ଧଳା ବସ୍ତ୍ର ଓ ଧଳା ଚନ୍ଦନ ବ୍ୟବହାର କରିବା ଉଚିତ ନୁହେଁ ।