ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ ର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । । ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବା ସହ ୧୮ଟି ପ୍ରସ୍ତାବ ଉପରେ ମୋହର ବାଜିଛି ।
୧୮ ଟି ପ୍ରସ୍ତାବ ମଧ୍ୟରେ ମୋ ଘର’ ଯୋଜନା ଉପରେ ମୋହର ବାଜିଛି । ଯାହା ରାଜ୍ୟ ସରକାରଙ୍କର ଏକ ନୂତନ ଯୋଜନା । ଏହି ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳରେ ଘର ତିଆରୀ ପାଇଁ ସହାୟତା କରିବେ ସରକାର ।
ଏହାସହିତ ଦୁଇଟି ସିନେମାକୁ କର ମୁକ୍ତ କରାଯାଇଛି । ‘ଡେଲିଭରୀ ବୟ’ ଏବଂ ଜ୍ବିଗାଟୋ’ କର ମୁକ୍ତ ହୋଇଛି । ଜଳକ୍ଲିଷ୍ଟ ଅଞ୍ଚଳ ପାଇଁ ୩୬୪.୪୦ କୋଟି ଟଙ୍କା ଅନୁମୋଦନ କରାଯାଇଛି । ଏକସାଇଜ କ୍ୟାଡରକୁ ଷ୍ଟେଟ କ୍ୟାଡର କରାଯାଇଛି । ପ୍ରତିଷ୍ଠା ହେବ ଓଡ଼ିଶା ସ୍ବାସ୍ଥ୍ୟ ବିଶ୍ବ ବିଦ୍ୟାଳୟ । ଏଥିପାଇଁ ୩୩୦.୧୭ କୋଟିର ବ୍ୟୟବରାଦ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଶ୍ରୀ ଶଙ୍କର କର୍କଟ ଗବେଷଣା ପ୍ରତିଷ୍ଠାନକୁ ପଞ୍ଜୀକରଣ ଫି’ ଛାଡ଼ କରାଯାଇଛି