ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହାଣ୍ଡିଶାଳେ ଟମାଟୋ ଜରୁରୀ ଥିବା ବେଳେ ଏବେ ଟମାଟୋ ଛୁଇଁଲା ବେଳକୁ ଡର ଲାଗୁଛି । ଟମାଟୋ ଦର ଏବେ ଆକାଶଛୁଆଁ । ବଜାରରେ ଡବଲ ଦରଠୁ ଅଧିକରେ ବିକ୍ରି ହେଉଛି ଟମାଟୋ । ସପ୍ତାହକ ଭିତରେ ୧୦୦ ଛୁଇଁଛି ଟମାଟୋ ଦର । ଖୁଚୁରା ବଜାରରେ କିଲୋ ପିଛା ଟମାଟୋ ଦର ୧୦୦ ଟପିଛି ।
ରବିବାର ଭୁବନେଶ୍ୱରରେ ଟମାଟୋ ଦର ୬୦ ଥିବା ବେଳେ ଏହା ସୋମବାର ବୃଦ୍ଧି ହୋଇ ଡବଲ ହୋଇଯାଇଛି । ଅଧିକାଂଶ ବଜାରେ ୧୦୦ ପାର୍ କରିଛି ଟମାଟୋ ଦର । ଯେଉଁଠି ୩୦ ରୁ ୪୦ ଟଙ୍କାରେ ଲୋକେ ଟମାଟୋ କିଣୁଥିଲେ ତାହା ଏବେ ୧୦୦ ଟଙ୍କା ପାର୍ ହୋଇଛି । ଯାହାଦ୍ୱାରା ଲୋକେ ବଜାରରୁ ଟମାଟୋ କିଣିବାକୁ ଡରୁଛନ୍ତି ।