ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଏବେ ବୃଦ୍ଧି ପାଉଛି ଆଖି ଧରା ରୋଗ । ଋତୁ ପରିବର୍ତ୍ତନ ସାଙ୍ଗକୁ ଅସ୍ୱାଭାବିକ ଭାବେ ମାଡୁଛି ଏହି ରୋଗ । ଭୁବନେଶ୍ୱର, କଟକ, ଯାଜପୁର ସମେତ ଅନ୍ୟ ଜିଲ୍ଲାମାନଙ୍କରେ ମଧ୍ୟ ଏହି ରୋଗରେ ଅନେକ ଲୋକ ଆକ୍ରାନ୍ତ ହୋଇଥିବାର ନଜରକୁ ଆସିଛି ।
ବିଶେଷଜ୍ଞଙ୍କ ମତାନୁଯାୟୀ ଏହା ଏକ ସଂକ୍ରାମକ ରୋଗ । ଋତୁ ପରିବର୍ତ୍ତନ ହେଲେ ଆଖି ଧରା ରୋଗ ହୋଇଥାଏ । ଏହି ରୋଗର ମୁଖ୍ୟ ହେଉଛି ଏଡିନୋ ଭୂତାଣୁ । ଏହି ଭୁତାଣୁ କେବଳ ଆଖି ଧରା ନୁହେଁ ବରଂ ଅନ୍ୟ ରୋଗ ମଧ୍ୟ ସୃଷ୍ଟି କରିଥାଏ ।
ଆଖି ଧରିଲେ ଆଖି ଲାଲ ପଡିବା ସହ କୁଣ୍ଡେଇ ହୁଏ ଏବଂ ଆଖି ଫୁଲି ମଧ୍ୟ ଯାଏ । ଏଭଳି କ୍ଷେତ୍ରରେ ପରିସ୍କାର ପରିଚ୍ଛନତା ଉପରେ ବିଶେଷ ଗୁରୁତ୍ୱ ଦେବା ଉଚିତ୍ ।