ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମରେ ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ । ସେ ବ୍ୟକ୍ତିଙ୍କ କର୍ମ ଅନୁସାରେ ଫଳ ପ୍ରଦାନ କରିଥାନ୍ତି । ପୌରାଣିକ ମାନ୍ୟତା ଅନୁସାରେ ଶନିବାର ଶନିଦେବଙ୍କୁ ସମର୍ପିତ କରାଯାଇଛି । ଶାସ୍ତ୍ରରେ ଶନିବାର କିଛି କାମ କରିବାକୁ ବାରଣ କରାଯାଇଛି । ଏହାକୁ କରିବା ଦ୍ୱାରା ରୁଷ୍ଟ ହୋଇ ପାରନ୍ତି ଶନିଦେବ । ସେଥିପାଇଁ ଧ୍ୟାନ ରଖିବା ଉଚିତ୍ ।
ଶନିବାର ନଖ, କେଶ କାଟିବା ମନା । କୁହାଯାଏ କି ଶନିବାର ଏହା କରିବା ଦ୍ୱାରା ଶନି ରାଗି ଯାଆନ୍ତି । ସେଥିପାଇଁ ଭୁଲ୍ ରେ ବି କରିବା ଉଚିତ୍ ନୁହେଁ ।
ଶନିବାର ଆମିଷ ଭୋଜନ କରିବା ଉଚିତ୍ ନୁହେଁ । ଏହାଦ୍ୱାରା ଶନିଦେବ ରୁଷ୍ଟ ହେବା ସହ ଜୀବନରେ ଅନେକ ସମସ୍ୟା ଉପୁଜି ପାରେ ।
ଏହିଦିନ ଶନିଦେବଙ୍କ ସମ୍ବନ୍ଧିତ ଜିନିଷ କିଣିବା ବାରଣ । ତାହା ହେଉଛି ସୋରିଷ ତେଲ, ବିରି ଡାଲି , କୋଇଲା, ଲୁଣ, କଳା ରଙ୍ଗର କପଡା ଆଦି । ଅବଶ୍ୟ ଏହିଦିନ ସୋରିଷ ତେଲ, ବିରି ଡାଲି ଦାନ କରିବା ଏବଂ କଳା ବସ୍ତ୍ର ପିନ୍ଧିବା ଶୁଭ ହୋଇଥାଏ ।