ସମ୍ବଲପୁର (ଏଟିଆର ବ୍ୟୁରୋ): ଆଜି ହେଉଛି ସମ୍ବଲପୁର ଦିବସ । ଗୁରୁଶ୍ରୀ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନକୁ ସ୍ମୃତିରେ ରଖି ଅଗଷ୍ଟ ୧ ତାରିଖକୁ ସମ୍ବଲପୁରୀ ଦିନ୍ ଭାବେ ପାଳନ କରାଯାଉଛି । ଓଡିଶା ସବୁବେଳେ ତାର ସଂସ୍କୃତି ଓ ପରମ୍ପରାକୁ ନେଇ ଆଗରେ । ସେହିଭଳି ସଂସ୍କୃତିରେ ଭରା ପଶ୍ଚିମ ଓଡିଶା ସମ୍ବଲପୁର ତାର ଭାଷା ଓ ସଂସ୍କୃତିକୁ ନେଇ ସେ ପରିଚିତ ।
ମା’ ସମଲେଇଙ୍କୁ ସୁମରୀ ଆଜି କେବଳ ପଶ୍ଚିମ ଓଡିଶା ନୁହେଁ ସାରା ଓଡିଶା ଭାଇ ଭଉଣୀମାନେ ପରସ୍ପର ପାଇଁ ଶୁଭ କାମନା କରି ଥାଆନ୍ତି । ମା’ ସମଲେଇଙ୍କ ପାଖରେ ବିଭିନ୍ନ ପ୍ରକାର ଭୋଗ,ଫଳ , ପୁଷ୍ପ ଓ ପିଠା ଲାଗି ହୋଇଥାଏ । ସମ୍ବଲପୁରୀଆ ଭାଇ ଭଉଣୀମାନେ ନୂଆ ପୋଷାକ ପିନ୍ଧିଥାଆନ୍ତି ଓ ଏହା ସହିତ ଘରେ ଘରେ ପିଠା ପଣା ହୋଇଥାଏ । ଲୋକମାନେ ବିଭିନ୍ନ ପ୍ରକାର ବାଦ ଯନ୍ତ୍ର ବ୍ୟବହାର କରି ସମସ୍ତେ ମିଳି ମିଶି ନୃତ୍ୟ କରି ଥାଆନ୍ତି । ଖାସ କରି ପ୍ରସିଦ୍ଧ ସମ୍ବଲପରୀ ଗୀତ ଡାଲ ଖାଇରେ ଓ ରଙ୍ଗବତୀ ଗୀତରେ ନୃତ୍ୟ କରିଥାଆନ୍ତି । ଏହା ସହିତ ସମ୍ବଲପୁରୀ ଭାଇଭଉଣାନେ ପାରମ୍ପରିକ ରିତିନିତି ଭାବେ ପରସ୍ପରକୁ ଖାଦ୍ୟ ଖୁଆଇବା ସହିତ , ପରିବାର ଗୁରୁଜନଙ୍କ ଆଶିର୍ବାଦ ନେଇଥାଆନ୍ତି ।