ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଯଦି ଆପଣଙ୍କର ପ୍ରତିଦିନ ନୂଆ ନୂଆ ଜିନ୍ସ ପିନ୍ଧିବାର ସଉକ ଅଛି । ତେବେ ଆପଣ ଏହାର ଦର ନିହାତି ଜାଣିଥିବେ । ପ୍ରାୟତଃ ଗୋଟେ ଗୋଟେ ଜିନ୍ସର ମୂଲ୍ୟ ପାଖାପାଖି ୮୦୦ ରୁ ୧୨୦୦ ମଧ୍ୟରେ ରହିଥିବ । ଆଜି ଆମେ ଆପଣଙ୍କୁ ଭାରତର ଏଭଳି ଏକ ଡ୍ରେସ ବଜାର ବିଷୟରେ କହିବାକୁ ଯାଉଛୁ, ଯେଉଁଠାରୁ ଆପଣ ଜିନ୍ସ ମାତ୍ର ୧୨୦ ରୁ ୧୫୦ ଟଙ୍କା ଏବଂ ସାର୍ଟ କେବଳ ୮୦ ଟଙ୍କାରୁ ୧୦୦ ଟଙ୍କା ଭିତରେ ପାଇପାରିବେ ।
ଏଭଳି ଶସ୍ତା କପଡା ବଜାର ଦିଲ୍ଲୀ ସ୍ଥିତ ଗାନ୍ଧୀନଗର ସୁଭାଷ ରୋଡ ଉପରେ ରହିଛି । ଯେଉଁଠାରୁ ଆପଣ ବ୍ରାଣ୍ଡେଡ ଜିନ୍ସ କେବଳ ୧୦୦ ରୁ ୧୫୦ ଟଙ୍କା ମଧ୍ୟରେ ପାଇପାରିବେ । ଏଠାରେ ଏଭଳି କିଛି ବ୍ୟବସାୟୀ ଅଛନ୍ତି ଯେଉଁମାନେ ନିଜେ ଜିନ୍ସ ପ୍ୟାଣ୍ଟ, ସାର୍ଟ ଏବଂ ଟି ସାର୍ଟ ତିଆରି କରି କମ୍ ଦରରେ ବିକ୍ରି କରୁଛନ୍ତି ।
ଯଦି ଆପଣ ପ୍ୟାଣ୍ଟ ଏବଂ ସାର୍ଟ ଏଭଳି ଶସ୍ତା ଦରରେ କିଣିବାକୁ ଚାହୁଁଛନ୍ତି । ତେବେ ସେଠାରୁ ଆପଣ ଏକାସାଥୀରେ ପାଖାପାଖି ୫ଟି ସାର୍ଟ ଏବଂ ୫ଟି ପ୍ୟାଣ୍ଟ କିଣିବାକୁ ହେବ । ତାହାଲେ ଯାଇ ଆପଣ ଶସ୍ତାରେ ପାଇପାରିବେ ।