ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚନ୍ଦ୍ରଯାନ୩ର ସଫଳତା ପରେ ଏବେ ଇସ୍ରୋ କୁ ଛୁଟୁଛି ଶୁଭେଚ୍ଛାର ସୁଅ । ଏହାରି ମଧ୍ୟରେ ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ଜି ମାଧବନ ନାୟର ଉତ୍ସାହିତ ହୋଇ ଏକ ବୟାନ ଦେଇଛନ୍ତି । ସେ କହିଛନ୍ତି କି, ଇସ୍ରୋର ବୈଜ୍ଞାନିକମାନେ ବହୁତ କମ୍ ବେତନ ପାଇ ଏହି ଐତିହାସିକ ସଫଳତା ହାସଲ କରିଛନ୍ତି । ବୈଜ୍ଞାନିକମାନଙ୍କ ପାଇଁ ସ୍ୱଳ୍ପ ବେତନ ହେଉଛି ମହାକାଶ ଅନୁସନ୍ଧାନ ପାଇଁ ସ୍ୱଳ୍ପ ମୂଲ୍ୟର ସମାଧାନ ଖୋଜୁଥିବା ଅନ୍ୟତମ କାରଣ।
ସେ ଆହୁରି ମଧ୍ୟ କହିଛନ୍ତି କି, ଇସ୍ରୋ ବୈଜ୍ଞାନିକମାନଙ୍କ ମଧ୍ୟରେ କେହି ବି କୋଟିପତି ନାହାଁନ୍ତି । ସେମାନେ ସର୍ବଦା ଏକ ସାଧାରଣ ଏବଂ ନମ୍ର ଜୀବନଯାପନ କରନ୍ତି । ସେମାନେ ପ୍ରକୃତରେ ଟଙ୍କା ବିଷୟରେ ଚିନ୍ତିତ ନୁହଁନ୍ତି କିନ୍ତୁ ନିଜ ମିଶନ ପ୍ରତି ଉତ୍ସର୍ଗୀକୃତ ଏବଂ ଉତ୍ସାହୀ ।