ବେଙ୍ଗାଲୁରୁ (ଏଟିଆର ବ୍ୟୁରୋ): ଅଗଷ୍ଟ ୨୩ ଜାତୀୟ ମହାକାଶ ଦିବସ । ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ୩ ସଫଳ ଅବତରଣ ପରେ ଏହି ଦିନକୁ ମନେରଖିବା ପାଇଁ ପ୍ରତିବର୍ଷ ଅଗଷ୍ଟ ୨୩ରେ ପାଳିତ ହେବ ଜାତୀୟ ମହାକାଶ ଦିବସ । ଏନେଇ ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଛନ୍ତି । ଏହାସହିତ ଲ୍ୟାଣ୍ଡର ବିକ୍ରମ ଲ୍ୟାଣ୍ଡିଂ କରିଥିବା ସ୍ଥାନକୁ ଶିବଶକ୍ତି ଭାବେ ନାମିତ କରାଯାଇଛି ।
ଗ୍ରୀସ ଗସ୍ତ ସାରି ପ୍ରଧାନମନ୍ତ୍ରୀ ମୋଦି ଇସ୍ରୋ ବୈଜ୍ଞାନିକମାନଙ୍କୁ ଭେଟିବା ସହ ମିଶନରେ ସାମିଲ ଥିବା ସମସ୍ତ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।