ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଯୋଡା ଶ୍ରାବଣ ଚାଲିଥିବା ବେଳେ ଆଜି ପବିତ୍ର ଶ୍ରାବଣ ମାସର ଶେଷ ସୋମବାର । ଶେଷ ଦିନରେ ଶୈବାଳରେ ଜଳଲାଗି କରୁଛନ୍ତି ଭକ୍ତ । ରାଜ୍ୟର ବିଭିନ୍ନ ଶୈବାଳୟରେ ଲାଗିଛି କାଉଡିଆଙ୍କ ଗହଳି । ଧାଡିରେ ଯାଇ ଦେବ ଦେବ ମହାଦେବଙ୍କୁ ଜଳାଲାଗି କରୁଛନ୍ତି କାଉଡିଆ । ପୁରୀର ପ୍ରସିଦ୍ଧ ବାବାଲୋକଙ୍କ ପୀଠରେ ମଧ୍ୟରାତ୍ରିରୁ ଲାଗିଛି କାଉଡିଆଙ୍କ ଭିଡ ।
ମଧ୍ୟରାତ୍ରିରୁ ବାବା ଲୋକନାଥଙ୍କର ଦ୍ୱାର ଫିଟା ନିତି ଅନୁଷ୍ଠିତ ହେବା ପରେ ମଙ୍ଗଳ ଆଳତି ସମେତ ଅନ୍ୟାନ୍ୟ ନୀତିକାନ୍ତି ହେବା ପରେ କାଉଡିଆମାନେ ଶିବଲିଙ୍ଗରେ ଜଳଲାଗି କରିବା ଆରମ୍ଭ କରିଛନ୍ତି । ସେହିପରି ଭୁବନେଶ୍ୱରର ପ୍ରସିଦ୍ଧ ଲିଙ୍ଗରାଜ ପୀଠରେ ମଧ୍ୟରେ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଛି । ବୋଲବମ୍ ଧ୍ୱନିରେ ପ୍ରକମ୍ପିତ ହେଉଛି ଶୈବପୀଠ ।