ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମୁନ୍ ମିଶନର ସଫଳତା ପରେ ଆଉ ପାଦେ ଆଗେଇଛି ଇସ୍ରୋ । ଏବେ ସନ୍ ମିଶନ ପ୍ରସ୍ତୁତିରେ ଇସ୍ରୋ । ଏପରିକି ଲଞ୍ଚିଂ ସମୟ ମଧ୍ୟ ଘୋଷଣା କରିଛି । ସେପ୍ଟମ୍ବର ୨ ତାରିଖ ସକାଳ ୧୧ଟା ୫୦ ରେ ଆଦିତ୍ୟ ଏଲ୧ ର ଉତକ୍ଷେପଣ ହେବ । ଏନେଇ ଇସ୍ରୋ ପକ୍ଷରୁ ଟ୍ୱିଟ ଯୋଗେ ଘୋଷଣା କରାଯାଇଛି ।
ଶ୍ରୀହରିକୋଟା ସତୀଶ ଧାଓ୍ବନ ସ୍ପେସ ସେଣ୍ଟରରୁ ଲଞ୍ଚ ହେବ ସ୍ପେସକ୍ରାଫ୍ଟ । ଇସ୍ରୋ ଏହି ମିଶନର ଲଞ୍ଚକୁ ଦେଖିବା ପାଇଁ ସାଧାରଣ ଲୋକଙ୍କୁ ମଧ୍ୟ ନିମନ୍ତ୍ରଣ କରିଛି । ଶ୍ରୀହରିକୋଟା ସ୍ଥିତ ଲଞ୍ଚ୍ ଭ୍ୟୁ ଗ୍ୟାଲେରିରୁ ଏହାର ଉତକ୍ଷେପଣ ଦେଖାଯାଇପାରିବ । ଏଥିପାଇଁ ଲୋକଙ୍କୁ ୱେବସାଇଟ୍ ଜରିଆରେ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ ।