ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଏହି ତିଥିରେ ରକ୍ଷାବନ୍ଧନ ପର୍ବ ପାଳନ କରାଯାଇଥାଏ । କିନ୍ତୁ ଚଳିତ ବର୍ଷ ରକ୍ଷା ବନ୍ଧନକୁ ନେଇ ଦ୍ୱନ୍ଦରେ ପଡିଛେନ୍ତି ଲୋକେ । ପୂର୍ଣ୍ଣିମା ତିଥି ଆଜି ସକାଳ ୧୦ ଟା ୫୯ ରୁ ଆରମ୍ଭ ହୋଇଛି । ଏହାସହ ଭଦ୍ରାକାଳ ମଧ୍ୟ ଆରମ୍ଭ ହୋଇଛି । ଭଦ୍ରାକାଳରେ ରାକ୍ଷୀ ବାନ୍ଧିବା ଶୁଭ ନୁହେଁ । ରାତ୍ରି ୯ଟା ୨ ମିନିଟରେ ଭଦ୍ରାକାଳ ଶେଷ ହେଉଛି । ଏହାପରେ ଆପଣ ଆପଣଙ୍କ ଭାଇ ହାତରେ ରାକ୍ଷୀ ବାନ୍ଧି ପାରିବେ ।
ସେହିପରି ୩୧ ତାରିଖ ସକାଳ ୭ ଟା ୫ ମିନିଟ୍ ଯାଏଁ ପୂର୍ଣ୍ଣିମା ତିଥି ରହୁଥିବାରୁ ଏହି ସମୟରେ ମଧ୍ୟ ଆପଣ ରାକ୍ଷୀ ବାନ୍ଧି ପାରିବେ ।
ଅନ୍ୟପଟେ ଶ୍ରୀମନ୍ଦିରେ ଆସନ୍ତାକାଲି ରକ୍ଷାବନ୍ଧନ ନୀତି ପାଳିତ ହେବ ।